କଂଗ୍ରେସ ଛାଡ଼ିଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ

ବାଲେଶ୍ୱର:  କଂଗ୍ରେସ ଛାଡ଼ିଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବୀ । ଦଳରେ ଅଣଦେଖା କରାଯାଇଥିବା ନେଇ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି  । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଜଳେଶ୍ୱର ବିଧାୟକ ଥିଲେ ଦେବୀ ପ୍ରସନ୍ନ ଚାନ୍ଦ । ଦଳରେ ବ୍ୟବସାୟୀକରଣ ଚାଲିଛି ବୋଲି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଦେବୀ । ସେ କହିଛନ୍ତି ୧୯୯୨ରୁ ଦଳରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରିବା ପରେ ମଧ୍ୟ ମୋତେ ଦଳ ଅଣଦେଖା କରିଛି । ଏବେ ତାଙ୍କୁ ଦଳ ଆଉ ଉପଯୁକ୍ତ ଗୁରୁତ୍ୱ ଦେଉ ନାହିଁ । ତା’ଛଡ଼ା ଦଳର କାର୍ଯ୍ୟକ୍ରମ ଠିକ୍‌ ରୂପେ ନ ହୋଇ ସର୍ଭେ ନାଁ’ରେ ଦଳକୁ ନଷ୍ଟ କରାଯାଉଛି । କଂଗ୍ରେସ ଆଉ ଲୋକଙ୍କ ଦଳ ହୋଇ ନାହିଁ । ଆଜି ସେ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଛନ୍ତି ଓ ଏ କଥା ପିସିସି ସଭାପତିଙ୍କୁ ମଧ୍ୟ ଜଣାଇ ଦେଇଥିବା କଥା କହିଛନ୍ତି। ତେବେ ଇସ୍ତଫା ଦେବାପରେ ସଦ୍ୟ କଂଗ୍ରେସ ଛାଡ଼ିଥିବା ଦେବୀ କେଉଁ ଦଳକୁ ଯିବେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ।