ଓମିକ୍ରନର ନୂଆ ଭାରିଆଣ୍ଟ ଆଣିପାରେ ୪ର୍ଥ ଲହର

କରୋନାର ୪ର୍ଥ ଲହରକୁ ନେଇ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସାଉଥ୍‌ ଆଫ୍ରିକାର ବୈଜ୍ଞାନିକ ମାନେ କହିଛନ୍ତି ଓମିକ୍ରନର ଅନେକ ନୂଆ ଭାରିଆଣ୍ଟ ଲୋକଙ୍କ ମଧ୍ୟରେ ଥିବା ପ୍ରଥମ ଆଣ୍ଟିବଡ଼ିକୁ ବି ଚକମା ଦେଇପାରେ। ସେ ଆଶ୍ୱସ୍ତିକର କଥା କହିଛନ୍ତି କି ଯେଉଁ ଲୋକଙ୍କୁ ଭାକ୍‌ସିନ୍ ଦିଆଯାଇଛି , ତାଙ୍କ ବ୍ଲଡରେ ଏହି ଭାଇରସ ଅଧିକ ପ୍ରଭାବ ପକାଇ ପାରିବ ନାହିଁ।

ଅନେକ ସଂସ୍ଥାର ବୈଜ୍ଞାନିକମାନେ ମିଶି ଓମିକ୍ରନ ବିଏ.୪ ଓ ବିଏ.୫ ଭାରିଆଣ୍ଟର ଅଧ୍ୟୟନ କରିଛନ୍ତି। ଏହାକୁ ଗତ ମାସରେ WHO ମନିଟରିଂ ଲିଷ୍ଟରେ ସାମିଲ କରିଥିଲା। ଅଧ୍ୟୟନ ବେଳେ ୩୯ଟି ଏମିତି ଲୋକଙ୍କ ବ୍ଲଡ୍‌ ସାମ୍ପଲ ନିଆ ଯାଇଥିଲା , ଯିଏକି ପୂର୍ବରୁ ଓମିକ୍ରନରେ ସଂକ୍ରମିତ ହୋଇଥିଲେ । ଏଥିରେ ୧୫ଜଣଙ୍କୁ କରୋନା ଭାକ୍ସିନ୍‌ ମଧ୍ୟ ଦିଆଯାଇ ଥିଲା । ୮ଜଣଙ୍କୁ ଫାଇଜରର ସଟ୍‌ ଦିଆଯାଇ ଥିଲା , ୭ଜଣଙ୍କୁ ଜନସନ ଆଣ୍ଡ ଜନସନ ଓ ୨୪ ଜଣ ଏମିତି ଲୋକ ଥିଲେ , ଯାହାଙ୍କୁ କୌଣସି ଭାକ୍ସିନ୍‌ ଦିଆଯାଇ ନଥିଲା ।

ଏହି ଅଧ୍ୟୟନରେ କୁହାଯାଇ ଥିଲା , ଯେଉଁ ଲୋକଙ୍କୁ ଭାକସିନ୍‌ ଦିଆଯାଇଛି ଏଥିରେ ୫ଗୁଣା ଅଧିକ ପ୍ରତିରୋଧକ କ୍ଷମତା ଅଛି ଏବଂ ତାହା ଅଧିକ ସୁରକ୍ଷିତ । ଯେଉଁ ଲୋକଙ୍କୁ ଭାକ୍ସିନ ଦିଆ ଯାଇନଥିଲା , ସେମାନଙ୍କ ଠାରେ ଆଣ୍ଟିବଡ଼ିର ସଂଖ୍ୟା ମଧ୍ୟ ୮ଗୁଣା କମ୍ ଥିଲା । ଏହା ମଧ୍ୟ ବିଏ.୧ ରେ ସଂକ୍ରମିତ ହୋଇ ସାରିଥିଲେ , ହେଲେ ଏଥିରେ ବିଏ.୪ ଓ ବିଏ.୫ ସହ ଲଢ଼ିବା କ୍ଷମତା ବହୁତ କମ୍ ଥିଲା ।