ଓଡିଶାର ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା ଓଡିଶା ପାଇଁ ଖୁସି ଓ ଗୌରବର ବିଷୟ:ସମୀର ମହାନ୍ତି
ଓଡିଶାରୁ ୬ ଜଣଙ୍କୁ ପଦ୍ମ ପୁରସ୍କାର ମିଳିବା ପ୍ରସଙ୍ଗ
ଭୁବନେଶ୍ୱର : ଚଳିତ ବର୍ଷ ଓଡିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ଏବଂ ରଜତ କର, ନନ୍ଦ ପୃଷ୍ଟି, ଶାନ୍ତି ଦେବୀ, ପୂର୍ଣ୍ଣମାସୀ ଏବଂ କୃଷ୍ଣମୋହନ ପାଠୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ନେଇ ନିଷ୍ପତି ହୋଇଛି । ଓଡିଶାର ପ୍ରତିଭାଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରିଥିବାରୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଓଡିଶାବାସୀଙ୍କ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।
ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଓଡିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
ସୁଦର୍ଶନ ସାହୁ ଏବଂ ରଜତ କରଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି
କେନ୍ଦ୍ରରେ ମୋଦି ସରକାରଙ୍କ ଶାସନରେ ଓଡିଶା ତାର ହକ ଠାରୁ ସବୁବେଳେ ଅଧିକ ପାଇଛି
ପଦ୍ମ ପୁରସ୍କାର ଘୋଷଣା ପରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପଦ୍ମ ବିଭୂଷଣ ଉପାଧି ପାଇଁ ସୁଦର୍ଶନ ସାହୁ ଏବଂ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ରଜତ କରଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି । ସୁଦର୍ଶନ ସାହୁ ଜଣେ ସ୍ଥପତି ଭାବେ ଜାତୀୟ ଏବଂ ଅନ୍ତର୍ଜାତିକ ସ୍ତରରେ ଅନେକ ସୁମନାମ ଅର୍ଜନ କରିଛନ୍ତି । ସେହିପରି ରଜତ କୁମାର କର ଜଣେ ଶିକ୍ଷାବିତ୍, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଏବଂ ବିଶେଷ କରି ରଥଯାତ୍ରାର ଧାରା ବିବରଣୀ କରି ଓଡିଶାର ଜନମାନସରେ ବେଶ ପରିଚିତି ଲାଭ କରିଛନ୍ତି । କେନ୍ଦ୍ରରେ ମୋଦି ସରକାରଙ୍କ ଶାସନରେ ଓଡିଶା ତାର ହକ ଠାରୁ ସବୁବେଳେ ଅଧିକ ପାଇଛି । ଓଡିଶାର ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା ଓଡିଶା ପାଇଁ ଖୁସି ଓ ଗୌରବର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଂଜତି ଦାସ ଓ ସୋନାଲୀ ସାହୁ, ଦିଲୀପ ମଲ୍ଲିକ, ରମାରଂଜନ ବଳିଆରସିଂ, ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।