ଓଡିଶାରେ ୩ ହଜାର କୋଟି ନିବେଶ କରିବ ରିଲାଆନସ୍- ମୁକେଶ ଅମ୍ବାନୀ

ଭୁବନେଶ୍ବର : ମେକ୍ ଇନ୍ ଓଡିଶା କନକ୍ଲେଭର ଦ୍ବିତୀୟ ଦିନରେ ଆୟୋଜିତ ଲିଡରସିପ ସମିଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ୍ ଇନ୍ ଓଡିଶା କନକ୍ଲେଭ ଉଦଘାଟନ କରି ଓଡିଶାରେ ପୁଞ୍ଜିନିବେଶର ନୂଆ ସୁଯୋଗର ସନ୍ଧାନ କରିବାକୁ ଗତକାଲି ନବୀନ ପଟ୍ଟନାୟକ ଆହ୍ବାନ କରିବା ପରେ ଆଜି ଦେଶର ବଡ ବଡ ଶିଳ୍ପପତି ଯୋଗ ଦେଇ ପୁଞ୍ଜିନିବେଶର ପ୍ରତିଶ୍ରୁତି ଦେଇଛନ୍ତି । ରିଲାଇନସ୍ ରାଜ୍ୟରେ ୬ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଥିବା ବେଳେ ଆଉ ୩ହଜାର କୋଟି ଟଙ୍କା ନିବେଶ କରିବ ବୋଲି ରିଲାଆନସ୍ ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି ।

ବିଜୁ ପଟ୍ଟନାୟକଙ୍କ ସହ ଧୀରୁ ଭାଇ ଅମ୍ବାନୀଙ୍କ ସଂପର୍କ କଥା କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଂଶସା କରିଛନ୍ତି । ଇଣ୍ଟରନେଟ୍ ଡାଟା ବ୍ୟବହାର କରିବାରେ ଓଡିଶା, ଦେଶର ପ୍ରଥମ ରାଜ୍ୟ । ଆଗକୁ ଡିଜିଟାଲ୍ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବ ବୋଲି କହିଛନ୍ତି ମୁକେଶ ଅମ୍ବାନୀ । ।ସେହିପରି ରାଜ୍ୟରେ ଅଧିକ ପୁଞ୍ଜିନିବେଶ କରିବାକୁ ଘୋଷଣା କରିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା । ଏହି ଅବସରରେ ଓଡିଶାର ଐତିହ୍ୟ ଏବଂ ସଂସ୍କୃତିକୁ ପ୍ରଶଂସା କରିଛନ୍ତି କୁମାର ମଙ୍ଗଳମ । ରାଜ୍ୟରେ ୧ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିଛି ଟାଟା ଗ୍ରୁପ, ଆଗକୁ ଏହି ସଂପର୍କ ଆହୁରି ମଜବୁତ ହେବ ବୋଲି କହିଛନ୍ତି ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍ । ଓଡିଶାରେ ବିଶ୍ବର ସବୁଠୁ ବଡ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବାକୁ ଘୋଷଣା କରିଛନ୍ତି JSW ଗ୍ରୁପ ଅଧ୍ୟକ୍ଷ ସଜ୍ଜ