ଦେଶର ଅନେକ ରାଜ୍ୟରେ ବର୍ତ୍ତମାନ କୋଇଲା ସଙ୍କଟ ଦେଖାଦେଇଛି । ଯାହାଫଳରେ ପ୍ରତ୍ୟେକ ଦିନ ଉକ୍ତ ରାଜ୍ୟମାନଙ୍କରେ ୧୦ ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି । ଏହା ମଧ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କୋଇଲା ସଙ୍କଟକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ନାହିଁ କୋଇଲା ସଙ୍କଟ । କିଛି ଦିନ ତଳେ ଓଡିଶାର ପାଓ୍ୱାର ଜେନେରେସନ୍ ନେଇ ସମୀକ୍ଷା ହୋଇଥିଲା ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଏହା ସହ ଅନ୍ୟ ରାଜ୍ୟରେ ଯେପରି ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି ବା କୋଇଲା ପହଞ୍ଚି ପାରୁନି । ସେ ଭଳି ସ୍ଥିତି ଓଡ଼ିଶାରେ ନାହିଁ। କାରଣ ରାଜ୍ୟରେ ସମସ୍ତ କୋଇଲା ଖଣି ଅଛି। ଓଡ଼ିଶାର ସବୁ ପାଓ୍ୱାର ପ୍ଲାଣ୍ଟ ଗୁଡିକୁ ପର୍ୟ୍ୟାପ୍ତ କୋଇଲା ଯୋଗାଇବାକୁ ଏମ୍ସିଏଲ୍ ଏମ୍ଡିଙ୍କ ସହ ମୁଁ କଥା ହୋଇଛି । ଏଦିଗରେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ରାଜ୍ୟ ସରକାର ଲଗାତର ଭାବେ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।