ଏସିଆନ ଆଥଲେଟିକ ଚମ୍ପିଅନସିପକୁ ସବୁ ବିଧାୟକ ଓ ସାଂସଦଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ

ଭୁବନେଶ୍ବର: ବୁଧବାର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେବ ୨୨ ତମ ଏସିଆନ ଆଥଲେଟିକ ଚମ୍ପିଅନସିପ । ଏଥିଲାଗି ପ୍ରସ୍ତୁତି ଡୁଡାନ୍ତ ପାର୍ଯ୍ୟାୟରେ ପହଁଚିଛି । ରଙ୍ଗାରଙ୍କ ପରିବେଶରେ ହେବ କ୍ରୀଡା ମହାକୁମ୍ଭର ଉଦଘାଟନ ଉତ୍ସବ । ଏଥିରେ ଯୋଗ ଦେବେ ୪୫ ଦେଶର କ୍ରୀଡାବିତ । ଏହି ଉତ୍ସବକୁ ରାଜ୍ୟର ସବୁ ବିଧାୟକ ଓ ସାଂସଦଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର । ଏହି ଦାୟିତ୍ବ ଦିଆଯାଇଛି ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗକୁ । କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏହି ସୂଚନା ଦେଇଛନ୍ତି । ରାଜ୍ୟର ସବୁ ବିଧାୟକ ଓ ଲୋକସଭା ସାଂସଦ ରାଜ୍ୟ ସଭା ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଛି । । ଉଦ୍ଘାଟନୀ ଉତ୍ସବପୂର୍ବରୁ ସମସ୍ତେ ସଦସ୍ୟ ଓ ସାଂସଦ ମାନଙ୍କୁ ବିଧାନସଭାକୁ ଡକାଯାଇଛି । ସେଠାରୁ ୪ଟି ବସ ଯୋଗେ ସମସ୍ତଙ୍କୁ କଳିଙ୍ଗ ଷ୍ଟାଡିୟମ ନିଆଯିବ ।ସମସ୍ତେ ଉତ୍ସବରେ ସାମିଲ ହେବେ । ଏଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।ରାଜ୍ୟରେ ପ୍ରଥମ ଥର କରି ଏହିକ୍ରାଡା ଉତ୍ସବ ଆୟୋଜନ ହେଉଛି । ଦଳ ମତନିର୍ବିଶେଷରେ ସବୁ ବିଧାୟକ ଓ ସଂସଦଙ୍କୁ ଏଥିରେ ସାମିଲ କରାଯାଇଥିବାରୁ କ୍ରୀଡା ବିଭାଗକୁ ସବୁ ସ୍ତରରୁ ପ୍ରଶଂସା କରାଯାଉଛି ।