ଏସିଆନ ଆଥଲେଟିକ ଚମ୍ପିଅନସିପ: ବିଂଗ୍ୟାପନରୁ ରାଜନୀତିର ଗନ୍ଧ ବାରିଲେ ବିରୋଧୀ,କ୍ରୀଡା ମନ୍ତ୍ରୀଙ୍କ ଜବାବ ୪୫ ଦେଶ ଆଗରେ ନିଜ ରାଜ୍ୟର ସଫଳତା କହିବା ରାଜନିତୀ ନୁହେଁ

ଭୁବନେଶ୍ବର:ଏସିଆନ ଆଥଲେଟିକ ଚମ୍ପିଅନସିପ ଲାଗି ଯୋର ଧରୁଛି ମାହୋଲ । ଏହାକୁ ସଫଳ କରିବାର କୁ ଲାଗିଛନ୍ତି ସରକାର । ବିଂଗ୍ୟାପନ ଓ ପ୍ରଚାର ପ୍ରସାର ବି ଯୋର ଦାର ହେଉଛି । ହେଲେ ସରକାରଙ୍କ ଏପରି ପ୍ରଚାର ପ୍ରସାରରୁ ରାଜନିତୀର ଗନ୍ଧବାରିଛନ୍ତି ବିରୋଧୀ । ବିରୋଧଙ୍କ ଯୁକ୍ତି ବାଢିଛନ୍ତି ଖେଳ ନାଁରେ ସରକାର ରାଜନିତୀ କରୁଛନ୍ତି ନିଜର ପ୍ରସାର ପ୍ରସାର କରାଉଛନ୍ତି । ସେପଟେ ଜବାବ ରଖି କ୍ରୀଡାମନ୍ତ୍ରୀ କହିଛନ୍ତି । ୪୫ ଦେଶ ଆଗରେ ନିଜ ରାଜ୍ୟର ସଫଳତା କଥା କହିବା ରାଜନିତୀ ନୁହେଁ । ସଫଳ କ୍ରିଡା ଆୟୋଜନ କରିବା ରାଜ୍ୟର ସମ୍ମାନ । ଏଥିରେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ କରାଯାଉଛି । କ୍ରୀଡାମନ୍ତ୍ରୀଙ୍କ ସହ ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀ ଓ ସବୁ ବିଧାୟକ ଓ ସାଂସଦଙ୍କୁ ନିମନ୍ତ୍ରଣ ହୋଇଛି । ଏଥିରି ରାଜନୀତି ଗନ୍ଧ ବାରିବା ଠିକ ନୁହେଁ ।
ଜମୁଛି ଏସିଆନ ଆଥେଲେଟିକ ଚମ୍ଫିୟନସିପର ମାହୋଲ । ଦୁଇ ଦିନ ପରେ ହେବ ମେଗା ଇଭେଣ୍ଟର ଇନାଗୁରେସନ । ଏଥିଲାଗି ପ୍ରଚାର ପ୍ରସାର ବି ଯୋର ଦାର । ଜାତୀୟ ଓ ଆଞ୍ଚଳିକ ଗଣ ମାଧ୍ୟମରେ ଛାଇ ଯାଇଛି ପୃଷ୍ଠା ପୃଷ୍ଠା ବିଂଗ୍ୟାପନ ।ଯେଉଁଥିରେ ରହିଛି ରାଜ୍ୟ ସରକାରଙ୍କ ସଫଳତାର କଥା । ହେଲେ କ୍ରାଡାକୁ ନେଇ ସରକାରଙ୍କ ଏପରି ପ୍ରଚାର ପ୍ରସାରରୁ ରାଜନିତୀର ଗନ୍ଧ ବାରିଛନ୍ତି ବିରୋଧୀ । ବିରୋଧୀଙ୍କ ଯୁକ୍ତି ରାଜ୍ୟ ସରକାର କ୍ରୀଡାକୁ ନେଇ ରାଜନିତୀ କରୁଛନ୍ତି । ନିଜର ପ୍ରଚାର ପ୍ରସାର କରାଉଛନ୍ତି । କ୍ରୀଡା ଉତ୍ସବକୁ କେନ୍ଦ୍ର ମନ୍ତ୍ରୀମାନଙ୍କୁ ବି ଠିକଣା ଢଙ୍ଗରେ ନିମନ୍ତ୍ରଣ କରାଯାଇନି ବୋଲି ଆରୋପ କରିଛି ବିଜେପି ।କହିଛି ସରକାର କେବଳ କୋଟରୀ କରି କ୍ରୀଡା ଆୟୋଜନ କରୁଛନ୍ତି । ଏଥିରେ କାହାରିକୁ ପସିବାକୁ ଦେଇନି ରାଜ୍ୟ ।
କ୍ରୀଡା ଉତ୍ସବରେ ୪୫ ଦେଶ ଯୋଗ ଦେଉଛନ୍ତି । ସେ ସବୁ ଦେଶ ଆଗରେ ନିଜ ରାଜ୍ୟର ସଫଳତା କଥା ରଖିବା ରାଜନିତୀ ନୁହେଁ ବଂର ରାଜ୍ୟ ସମ୍ମାନ ବୋଲି କହିଛନ୍ତି କ୍ରୀଡାମନ୍ତୀ । ଏହି କ୍ରୀଡା ଉତ୍ସବକୁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଓ ରାଜ୍ୟର ଦୁଇ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ତେଣୁ ଏହାକୁ ନେଇ ବିରୋଧୀ ରାଜନିତୀ କରିବା ବଦଳରେ ସହଯୋଗ କରିବାକୁ ଆହ୍ହାନ ରଖିଛନ୍ତି ମନ୍ତ୍ରୀ ।
ଝାଡଖଣ୍ଡ ମନା କରିବା ପରେ ଓଡିଶା ଆୟୋଜନ କରିଛି ଏସିଆନ ଆଥଲେଟିକ ଚମ୍ପିୟନ ସିପ । ଏଥିଲାଗି ୩ ମାସରେ କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମିକୁ ଅର୍ନରଜାତୀୟ ସ୍ତରୀୟ କରାଯାଇଛି । ହେଲେ ଏବେଏହାକୁ ନେଇ ରାଜନିତୀ ବଦଳରେ ସବୁ ଦଳ ସଫଳ ଆୟୋଜନ କରିବା ଉପରେ ଗୁରୁତ୍ବ ଦେବା ଆବଶ୍ୟକତା ରହିଛି ।