ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡର ବିସ୍ତୃତ ସୂଚନା । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ରେ ସରିବ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ୨ ଘଣ୍ଟା ସମୟ ରହିବ । କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଦିଆଯିବ ।
ପରୀକ୍ଷା ୮୦ ମାର୍କ ବିଶିଷ୍ଟ ରହିବ । ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ । ଏହାସହ ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ OMR ସିଟ୍ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିଭଳି ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ମିଳିଥିବା ବୁକ୍ଲେଟ୍ରେ ପରୀକ୍ଷାର୍ଥୀଙ୍କୁ ଲେଖିବାକୁ ହେବ । ସେପଟେ ନବମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ।