ଏନସିପି ଜାରି କଲା ପ୍ରାର୍ଥୀ ତାଲିକା : ବାରାମତୀ ଲୋକସଭା ଆସନରୁ ଲଢ଼ିବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା

ନୂଆଦିଲ୍ଲୀ:ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଟିକେଟ ନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏବେ କସରତ୍ ଜାରି ରଖିଛନ୍ତି । କାହାକୁ ମିଳିବ ଲୋକସଭା ଟିକେଟ । ଏବେ ସବୁଦଳ ତରଫରୁ ତୁହାକୁ ତୁହା ବୈଠକ ବସୁଛି । ଆଉ ଦିନେ ଦୁଇ ଦିନ ଭିତରେ ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀ ତାଲିକା ଜାରି କରିଦେବେ ବୋଲି ଆଶା କରାଯାଉଛି । ପୂର୍ବରୁ ସପା ଓ ଟିମଏସି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛିି । ଆଜି ଏନସିପି ମଧ୍ୟ ଲୋକସଭା ପ୍ରାର୍ଥୀ ତାଲିକା ଜାରି କରିଛି । ତାଲିକାରେ ୧୦ ଜଣଙ୍କ ନାଁ ସାମିଲ ରହିଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଲୋକସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ତାଲିକା ଅନୁସାରେ ଶରଦ ପାୱାରଙ୍କ ଝିଆ ସୁପ୍ରିୟା ସୁଲେ ପୁଣି ଥରେ ବାରାମତୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । ରାୟଗଡ଼ରୁ ସୁନୀଲ ତଟକରେ, ବାରାମତୀ ଆସନରୁ ସୁପ୍ରିୟା ସୋଲେ, ସାତାରରୁ ଉଦୟ ନରାଜେ ଭୋସଲେ, କ୍ଲୋହାପୁରରୁ ଧନଞ୍ଜୟ ମହାଡ଼ିକ, ଜଲଗାବରୁ ଗୁଲାବରାଦ ଦେବକର, ପରଭଣୀରୁ ରାଜେଶ ବେଟିକର, ମଚମାଇ ଉତ୍ତର ପୂର୍ବରୁ ସଞ୍ଜୟ ଦୀନା ପାଟିଲ, ଥାନେରୁ ଆନନ୍ଦ ପରାଂଜପେ, କଲ୍ୟାଣରୁ ବାବାଜୀ ପାଟିଲ , ଲକ୍ଷାଦ୍ୱୀପରୁ ମହମ୍ବଦ ଫୈଜଲ, ହାଥକଙ୍ଗଲେ ଲୋକସଭା ଆସନରୁ ସ୍ୱାଭିମାନ ଶେତକରିଙ୍କୁ ଟିକେଟ ଦିଆଯାଇଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଲୋକସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ତାଲିକା ଅନୁସାରେ ଶରଦ ପାୱାରଙ୍କ ଝିଆ ସୁପ୍ରିୟା ସୁଲେ ପୁଣି ଥରେ ବାରାମତୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । ରାୟଗଡ଼ରୁ ସୁନୀଲ ତଟକରେ, ବାରାମତୀ ଆସନରୁ ସୁପ୍ରିୟା ସୋଲେ, ସାତାରରୁ ଉଦୟ ନରାଜେ ଭୋସଲେ, କ୍ଲୋହାପୁରରୁ ଧନଞ୍ଜୟ ମହାଡ଼ିକ, ଜଲଗାବରୁ ଗୁଲାବରାଦ ଦେବକର, ପରଭଣୀରୁ ରାଜେଶ ବେଟିକର, ମଚମାଇ ଉତ୍ତର ପୂର୍ବରୁ ସଞ୍ଜୟ ଦୀନା ପାଟିଲ, ଥାନେରୁ ଆନନ୍ଦ ପରାଂଜପେ, କଲ୍ୟାଣରୁ ବାବାଜୀ ପାଟିଲ , ଲକ୍ଷାଦ୍ୱୀପରୁ ମହମ୍ବଦ ଫୈଜଲ, ହାଥକଙ୍ଗଲେ ଲୋକସଭା ଆସନରୁ ସ୍ୱାଭିମାନ ଶେତକରିଙ୍କୁ ଟିକେଟ ଦିଆଯାଇଛି ।