ଏଥର ଅନଲାଇନରେ ହେବ ଏସସିବି ମେଡିକାଲର ଓପିଡି ଟିକେଟ ବୁକିଂ

ଅନଲାଇନରେ ଏସସିବି ଆଇଟଡୋର ଟିକେଟ ବ୍ୟବସ୍ଥା।କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୁବ୍‌ଶୀଘ୍ର ବର୍ହିବିଭାଗ ପାଇଁ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି।

ଧାଡିରେ ଛିଡା ନ ହୋଇ ଟିକେଟ କରି ପାରିବେ ରୋଗୀ। ମେ ୯ ତାରିଖରୁ ଏସସିବିରେ ଲାଗୁ ହେବ ଏହି ନୂଆ ବ୍ୟବସ୍ଥା।

eswasthya.odisha.gov.in ପୋର୍ଟାଲରେ ମିଳି ପାରିବ ଓପିଡ଼ି ଟିକେଟ। ଘରେ ବସି ଯେକୋୖଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ପଞ୍ଜିକରଣ କରି ହେବ। ଏସସିବି ରେଜିଷ୍ଟ୍ରାର ଆଡ଼ମିନିଷ୍ଟ୍ରେସନ ଅବିନାଶ ରାଉତଙ୍କ ସୂଚନା।