ଏଣିକି କରୋନା ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ

ଏଣିକି କରୋନା ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କୋରୋନା ଟୀକାକରଣକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ସୂଚନା ଅନୁସାରେ, ଟିକା ନେବାକୁ ବାଧ୍ୟ କରାଯାଉଥିବା ନିଷ୍ପତ୍ତିକୁ ଚାଲେଞ୍ଜ କରି ଆଗତ ହୋଇଥିବା ପିଟିସନର ଉପରେ ଆଜି ସୁପ୍ରିମକୋର୍ଟର ଜଷ୍ଟିସ ଏଲ ନାଗେଶ୍ୱର ରାଓ ଏବଂ ବି.ଆର ଗଭାଇ ଶୁଣାଣି କରିଥିଲେ ।

ଟିକା ନେବା ପାଇଁ ସରକାର ବାଧ୍ୟ କରିପାରିବେନି । କୋର୍ଟ ଟିକାର ତଥ୍ୟ ଏବଂ ଟିକାକୁ ବାଧ୍ୟତାମୂଳକ କରିବା ପାଇଁ ଦାଖଲ ଏକ ଆବେଦନର ଶୁଣାଣି କରି ଏହା କହିଛନ୍ତି । ତେବେ କୋର୍ଟ କେନ୍ଦ୍ର ସରକାରଙ୍କ କରୋନା ଜନିତ ନିୟମକୁ ଉଚିତ ବୋଲି କହିବା ସହ ଟିକାର ଟ୍ରାଏଲ ଜାରି ରଖିହାକୁ କହିଛନ୍ତି ।

ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, “ଟିକା ନେଇଥିବା ବ୍ୟକ୍ତିମାନଙ୍କ ଠାରୁ ଟିକା ନ ନେଇ ଥିବା ବ୍ୟକ୍ତିମାନେ ଯେ, ଅଧିକ ସଂକ୍ରମିତ କରୁଛନ୍ତି, ଏହାକୁ ପ୍ରମାଣ କରିବା ଲାଗି ସରକାର କୌଣସି ତଥ୍ୟ ଦାଖଲ କରିପାରି ନାହାନ୍ତି । ତେଣୁ, ଟିକା ନ ନେଇ ଥିବା ଲୋକମାନଙ୍କୁ ସର୍ବସାଧାଣ ସ୍ଥାନକୁ ଛଡ଼ାଯିବାରେ ପ୍ରତିବନ୍ଧକ ଲାଗୁ କରିବା ଉଚିତ୍‌ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।”

ବର୍ତ୍ତମାନ ଲାଗୁ ହୋଇଥିବା କୋଭିଡ ଭ୍ୟାକସିନ ନୀତି ଅନୁଚିତ କିମ୍ବା ମନମାନି ନୁହେଁ । ଏଥିସହ କରୋନା ଟିକାକୁ ବାଧ୍ୟତାମୂଳକ ବୋଲି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

କିଛି ରାଜ୍ୟରେ ସାର୍ବଜନୀନ ସ୍ଥାନରେ ବିନା କରୋନା ଟିକା ପ୍ରମାଣପତ୍ରରେ ଏଣ୍ଟ୍ରି ମିଳୁନାହିଁ। ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ଏହାକୁ ଅନୁଚିତ୍ ଦର୍ଶାଇ ଏହି ପ୍ରତିବନ୍ଧକ ହଟାଇବା ଦରକାର ବୋଲି ନିଜ ଶୁଣାଣିରେ ଦର୍ଶାଇଛନ୍ତି। ଏହାସହ କରୋନା ନିୟମରେ ପରାମର୍ଶ ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଆହୁରି ମଧ୍ୟ ଟିକା ନେଲା ପରେ ଯଦି କୌଣସି ପ୍ରତିକୂଳ ପ୍ରଭାବ ପଡ଼ୁଛି ତେବେ ସେହି ତଥ୍ୟ ସାର୍ବଜନୀନ କରିବା ପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନଙ୍କ ଟିକାକରଣ ନିଷ୍ପତ୍ତି ସଚେତନତା ଏବଂ ଆନ୍ତର୍ଜାତୀୟ ମାନକ ଅନୁଯାୟୀ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି ।