ଏଣିକି ଅନଲାଇନ ହୋଲ୍ଡିଂ ଟିକସ ଆଦାୟ କରିବ BMC

ଏଣିକି ଅନଲାଇନ ହୋଲ୍ଡିଂ ଟିକସ ଆଦାୟ କରିବ BMC । ଏବେ କେବଳ ଅନଲାଇନରେ ଆଦାୟ ହେବ ହୋଲ୍ଡିଂ ଟ୍ୟାକ୍ସ । ଭୁବନେଶ୍ୱର ଡଟ. ମି ଆପ ଜରିଆରେ ଅନଲାଇନରେ ଏକାଧିକ ସେବା ଯୋଗାଇଆସୁଛି BMC । ଭୁବନେଶ୍ୱରବାସୀ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି । ଫଳରେ ଏଣିକି ହୋଲ୍ଡିଂ ଟ୍ୟାକ୍ସ ଅଫଲାଇନ ବଦଳରେ କେବଳ ଅନଲାଇନ ମାଧ୍ୟମରେ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି BMC ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ।

ଗତ ଆର୍ଥିକ ବର୍ଷରେ ମୋଟ ୧୫୦କୋଟି ରାଜସ୍ୱ ଆଦାୟ ହୋଇଥିବା ବେଳେ ସେଥି ମଧ୍ୟରୁ ୫୦ ଭାଗରୁ ଅଧିକ ରାଜସ୍ୱ ଅନଲାଇନ ମାଧ୍ୟମରେ ସଂଗ୍ରହ ହୋଇଛି । ଯାହା ବିଏମସି କର୍ତ୍ତୃପକ୍ଷଙ୍କୁ ଅଧିକ ପ୍ରୋତ୍ସାହିତ କରିଥିବା କହିଛନ୍ତି ବିଏମସି କମିଶନର। ସେହିଭଳି ବଡ଼ ବଡ଼ ଖିଲାପିଙ୍କ ବିରୋଧରେ ମାମଲା ରୁଜୁ କରି ରାଜସ୍ୱ ଆଦାୟ କରାଯିବ। ଏହାଦ୍ୱାରା ବିଏମସିର ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ନିୟୋଜିତ ୱାର୍ଡ ଅଫିସର ଓ ଟ୍ୟାକ୍ସ କଲେକ୍ଟର ମାନଙ୍କ ସହିତ ରାଜଧାନୀବାସୀଙ୍କୁ ମଧ୍ୟ ସହଜ ହେବ । ଅନଲାଇନ ମାଧ୍ୟମରେ ଟ୍ୟାକ୍ସ ଆଦାୟ ପାଇଁ ତିନିଟି ଯୋନର ୱାର୍ଡ ଅଫିସର ଓ ଟ୍ୟାକ୍ସ କଲେକ୍ଟରମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ ସହ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସାର୍ଟିଫିକେଟ କେଶ କରିବା କ୍ଷମତା କେବଳ ଜୋନାଲ ଡ଼େପୁଟି କମିଶନରମାନଙ୍କର ରହିଥିବା ବେଳେ ବିଏମସି ମୁଖ୍ୟାଳୟରେ ଥିବା ଡ଼େପୁଟି କମିଶନରମାନଙ୍କୁ କ୍ଷମତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି । ସେହିଭଳି କିନ୍ନର ଗୋଷ୍ଠୀଙ୍କ ମାଧ୍ୟମରେ ବଡ଼ ବଡ଼ ଖିଲାପିଙ୍କ ଠାରୁ ରାଜସ୍ୱ ଆଦାୟ ଜାରି ରହିବ ବୋଲି କହିଛନ୍ତି ବିଏମସି କମିଶନର ।