ଉଡାଣ ଅଡୁଆ : ବେଆଇନ ଇଡାଣ ଲାଗି ବୈଜୟନ୍ତଙ୍କୁ ପୋଲିସ ନୋଟିସ

ପୁରୀ  : ବଢୁଛି ବୈଜୟନ୍ତଙ୍କ ଉଡାଣ ଅଡୁଆ ।  ବେଆଇନ ଭାବେ ଚିଲିକାରୁ ପୁରୀ, ପୁରୀରୁ କୋଣାର୍କ ଉଡାଣ ଲାଗି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନୋଟିସ ଜାରି କରିଛି ପୁରୀ ପୋଲିସ । ଆଇନ ଉଲଙ୍ଘନ କରି  ଚିଲିକା ଉପରେ ହେଲିକ୍ୟାପଟର ଉଡାଣ କରିଥିବାରୁ ନୋଟିସ କରିଛି ପୋଲିସ । ତାଙ୍କ ବିରୋଧରେ ଏୟାରକ୍ରାଫ୍ଟ ଆକ୍ଟ , ବନ୍ୟଜନ୍ତୁ ସରକ୍ଷଣ ଆଇନଉଲଙ୍ଘନ ନେଇ ମାମଲା ହୋଇଛି । ଏହା ସହ ଆପିସିର ଧାରା ୨୭୭,୨୭୮ ଏବଂ ୨୭୯ ମଧ୍ୟ ଲାଗିଛି । ଆସନ୍ତା କାଲି ରାତି ୧୨ଟା ସୁଦ୍ଧା ପୁରୀ ସଦର ଥାନାରେ ହାଜର ହେବାକୁ ନୋଟିସ କରିଛି ପୋଲିସ ।ଅନୁଯାଇ ଏହା ସହ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକ୍ୟାପଟରରେ ଥିବା ଦୁଇ ସହଯାତ୍ରୀଙ୍କୁ ମଧ୍ୟ ନୋଟିସ ହେବ । ବେଆଇନ ଉଡାଣ ଲାଗି  ଗତକାଲି ହେଲିକପ୍ଟରକୁ ସିଜ୍‌ କରିଥିବା ପୁରୀ ପୋଲିସ। ଆଜି ତଦନ୍ତକୁ ଆଗକୁ ନେଇଛି।  ହେଲିକପ୍ଟର ଉଡ଼ାଣ ସମୟରେ ଆଇନ  ଉଲ୍ଲଂଘନ ହୋଇଥିବା କହିଛନ୍ତି ପୁରୀ ଏସପି। ନିର୍ଦ୍ଧାରିତ ୫ ଶହ ଫୁଟ ଉଚ୍ଚତା ଠାରୁ ଏହା କମ ଉଡ଼ିଛି।  ଏମିତିକି ଚିଲିକାରେ ଅବତରଣ କରିଥିବା ନେଇ ବି ପ୍ରାଥମିକ ତଦନ୍ତରୁ ଜଣା ପଡିଛି ପୋଲି ଏସପି କହିଛନ୍ତି । ସ୍ଥାନୀୟ ଲୋକେ ବଖାଣିଥିବା ହେଲିକପ୍ଟର ସହିତ  ସିଜ ହୋଇଥିବା ହେଲିକ୍ୟାପଟର ମେଳ ଖାଉଛି।  ପୁରୀ ଓ କୋଣାର୍କ ମନ୍ଦିର ଉପରେ ଏହା ଉଡ଼ାଣ କରିଛି।

ଏୟାର ଟ୍ରାଫିକର ସୂଚନା ଅନୁସାରେ ସେଇଦିନ କେବଳ ସେଇ ଗୋଟିଏ ହେଲିକ୍ୟାପଟରକୁ ସେଇ ରୁଟରେ ଉଡାଣ ଲାଗି ଅନୁମତି ଦିଆଯାଇଥିଲା । ତେଣୁ ଏହା ଇମ୍ଫାର ହେଲିକଯାପଟର ବୋଲି ସ୍ଷଷ୍ଟ ହୋଇଛି  ବୋଲି ପୁରୀ ଏସ ପି ସାର୍ଥକ ଷଢଙ୍ଗୀ କହିଛନ୍ତି । ଏହା ସହ  ଏସବୁକୁ ଦେଖି ହେଲିକପ୍ଟର ପାଇଲଟ ବୈଜୟନ୍ତ ପଣ୍ଡା ଏବଂ ଏହାର ପାସେଞ୍ଜରଙ୍କୁ ନୋଟିସ କରିଛି ପୋଲିସ ।  ପୁରୀ ପୋଲିସ। ଏହା ସହିତ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓର ମଧ୍ୟ ଅନୁଧ୍ୟାନ କରିବ ପୋଲିସ। ପାସେନ୍ଜେରଙ୍କ ସଂପୂଣ୍ଣ ଠିକଣା ଓ ତଥ୍ୟ ଜାଣିବା ଲାଗି ତଦନ୍ତକାରୀ ଅଧିକାରୀ ଇମ୍ଫା କାର୍ଯ୍ୟଳୟକୁ ଯାଇ ତଦନ୍ତ କରିଛନ୍ତି ।