ଉଜ୍ଜଳା ଯୋଜନାକୁ ୪ ବର୍ଷ : ଆଠ କୋଟି ଗରିବ ମହିଳାଙ୍କୁ ମିଳିଲା ମାଗଣା ଗ୍ୟାସ, ଧର୍ମେନ୍ଦ୍ର କହିଲେ ଉଜ୍ଜ୍ବଳା ଏକ ସ୍ବର୍ଣ୍ଣିମ ଯୋଜନା

ଉଜ୍ଜ୍ବଳା ଯୋଜନା ଏହା ଏକ ସ୍ବର୍ଣ୍ଣିମ ଯୋଜନା- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର   :  ଉଜ୍ଜଳା ଯୋଜନାକୁ ୪ ବର୍ଷ  । ୨୦୧୬ ମେ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ବାଲିଆରେ ଉଜ୍ଜ୍ବଳା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶରେ ମହିଳାମାନଙ୍କୁ ସଶକ୍ତ କରିଛି। ଏହି ଯୋଜନା ଅଧୀନରେ ଦେଶର ଗରିବ ପରିବାରର ୮ କୋଟି ମହିଳାଙ୍କୁ ମାଗଣାରେ ଏଲ୍‍.ପି.ଜି. ସଂଯୋଗ ଯୋଗାଇ ଦିଆଯାଇଛି।  ମାତ୍ର ୪ ବର୍ଷ ମଧ୍ୟରେ ୮ କୋଟି ଅଭାବୀ ପରିବାରଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ମିଳିଛି।

ଉଜ୍ଜଳା ଯୋଜନାକୁ ୪ ବର୍ଷ

ଉଜ୍ଜ୍ବଳା ଯୋଜନା ଏହା ଏକ ସ୍ବର୍ଣ୍ଣିମ ଯୋଜନା- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୨୦୧୬ ଜୁନ୍‍ ୧୬ ତାରିଖରେ ଓଡ଼ିଶାର ସମ୍ବଲପୁରରେ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଓଡ଼ିଶାରେ ୪ କୋଟି ୨୬ ଲକ୍ଷ ରିଫିଲ୍‍ ସିଲିଣ୍ଡର ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି। ଗତମାସ ୨୯ ତାରିଖ ସୁଦ୍ଧା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ୨୪ ଲକ୍ଷ ୫୦ ହଜାର ସିଲିଣ୍ଡର୍‍ ବିତରଣ କରାଯାଇଛି। ରାଜ୍ୟରେ ଏହି ଯୋଜନାରେ ୪୫ ପ୍ରତିଶତ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ହିତାଧିକାରୀ ଥିବା ଜଣାପଡ଼ିଛି। ଓଡ଼ିଶାରେ ମୋଟ ୪୭ ଲକ୍ଷ ୫୦ ହଜାର ହିତାଧିକାରୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଉପକୃତ ହୋଇଛନ୍ତି। ସେହିପରି ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ଏଲ୍‍.ପି.ଜି. ବିତରକଙ୍କ ସଂଖ୍ୟା ଅଢ଼େଇଗୁଣ ବୃଦ୍ଧି ପାଇଛି।

ଉଜ୍ଜଳା ଯୋଜନାକୁ ୪ ବର୍ଷ

ଧୂଆଁ ରେ  ରୋଷେଇ କରୁଥିବା ମହିଳାଙ୍କ କଷ୍ଟ ଦୂର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୂଆଁମୁକ୍ତ ରୋଷେଇ ଲାଗି ଆରମ୍ଭ କରିଥିଲେ ଉଜ୍ୱଳା ଯୋଜନା । ଓଡିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ ଭାବେ ଏହିଯୋଜନାର ସଫଳ ରୂପାୟନ କରି ପାରିଛନ୍ତି । ଲକ୍ଷ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ଆଠ କୋଟି ଉଜ୍ୱଳା ଗ୍ୟାସ ସଂଯୋଗ ଗିରିବ ପରିବାରକୁ ଦିଆଯାଇ ଲକ୍ଷ ପୁରଣ କରିଛନ୍ତି କେନ୍ଦ୍ର ସରକାର । ଏହିଯୋଜନାର ସଫଳ ରୂପାୟନ ଲାଗି ଦେଶ ବାହାରେ କେନ୍ଦ୍ରସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବେଶ ପ୍ରଶଂସା କରାଯାଉଛି ।

ଉଜ୍ଜଳା ଯୋଜନାକୁ  ୪ ବର୍ଷ ପୁରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍‌ କରି ଉଜ୍ଜ୍ବଳା ଯୋଜନାର ସଫଳତା ବଖାଣିଛନ୍ତି । ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଭାରତର ଇତିହାସରେ ଉଜ୍ଜ୍ବଳା ଏକ ସ୍ବର୍ଣ୍ଣିମ ଯୋଜନା ବୋଲି ଲେଖିଛନ୍ତି ।