ଜଳୁଛି ସାରା ଓଡ଼ିଶା । ରାଜ୍ୟରେ ଆଉ ୫ ଦିନ ଗ୍ରୀଷ୍ମପ୍ରବାହ । ୩୦ ତାରିଖ ଯାଏ ନିସ୍ତାର ନାହିଁ। କିଛି ଜିଲ୍ଲାକୁ ଜାରି ହୋଇଛି ହିଟ୍ ୱେଭ୍ ୱାର୍ଣ୍ଣିଂ । ଆଜି ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮, କେନ୍ଦୁଝରରେ ୪୦.୨, ଭୁବନେଶ୍ୱରରେ ୩୮ ଓ ଚାନ୍ଦବାଲିରେ ୩୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।
ଆଗକୁ ଆହୁରି ବଢିବ ତାପମାତ୍ରା। ଆସନ୍ତା ୪ରୁ ୫ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିପାରେ । ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିପାରେ । ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ ।