ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟର ମୋର୍ବିରେ ହନୁମାନଙ୍କର ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ।
ହନୁମାନଙ୍କ ଚାର ଧାମ ପ୍ରକଳ୍ପ ଅଧୀନରେ ଚାରି ଦିଗରେ ଆୟୋଜିତ ହୋଇଥିବା ଚାରୋଟି ପ୍ରତିମା ମଧ୍ୟରୁ ଏହା ଦ୍ୱିତୀୟ ଅଟେ ।
ଏହି ପ୍ରତିମୂର୍ତ୍ତି ଦେଶର ପଶ୍ଚିମ ଭାଗରେ ଥିବା ମୋର୍ବିରେ ପାରମ ପୂଜ୍ୟ ବାପୁ କେଶବାନନ୍ଦଙ୍କ ଆଶ୍ରମରେ ସ୍ଥାପନ କରାଯାଇଛି।
ଏହି କ୍ରମରେ, ହନୁମାନଙ୍କର ପ୍ରଥମ ପ୍ରତିମୂର୍ତ୍ତି ଶିମଲାରେ ୨୦୧୦ ମସିହାରେ ଉତ୍ତରରେ ସ୍ଥାପିତ ହୋଇଥିଲା । କେବଳ ଏତିକି ନୁହେଁ ଦକ୍ଷିଣରେ ଥିବା ରାମେଶ୍ୱରମରେ ମୂର୍ତ୍ତିର କାର୍ୟ୍ୟ ଆରମ୍ଭ ହୋଇଛି ।