ବ୍ରହ୍ମଗିରି: ଆସନ୍ତାକାଲିଠାରୁ ଆରମ୍ଭ ହେବ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା । ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ସିସିଟିଭି ଗାଏବ ହୋଇଯାଇଥିବା ଖବର ମିଳିଛି । ପୁରୀ ଜିଲ୍ଲା ସାତପଡ଼ା ପଞ୍ଚାୟତ ଜୁନିଅର କଲେଜ୍ରେ ଘଟିଛି ଏହି ଅଭାବନୀ ଘଟଣା। ଏହି ପରୀକ୍ଷାକେନ୍ଦ୍ରରୁ ଦୁଇଟି ସିସିଟିଭି ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ସିସିଟିଭି ଚୋରି କରି ନେଇଥିବା ସନ୍ଦେହ କରାଯାଉଛି। ଏନେଇ ସାତପଡ଼ା ଫାଣ୍ଡିରେ ଅଭିଯୋଗ କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ଚଳିତ ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ଓ ଓଏମ୍ଆର୍ ସିଟ୍ ଗାଏବ ହେବା ଭଳି ଘଟଣା ସାମ୍ନାକୁ ଆସିଛି ।
Next Post