ଆରମ୍ଭ ହେଲା ‘ନ୍ୟୁଜ ପେପର ଅନ ହ୍ଵିଲସ୍‌’

‘ମୋ ବସ’ରେ ଯାତ୍ରା ବେଳେ ମିଳିବ ଖବରକାଗଜ ପଢିବାର ସୁଯୋଗ

ଭୁବନେଶ୍ୱର : ଏଣିକି ‘ମୋ ବସ’ରେ ଯାତ୍ରା ବେଳେ ମିଳିବ ଖବରକାଗଜ ପଢିବାର ସୁଯୋଗ। ଆଜିଠୁ ମୋ ବସରେ ଆରମ୍ଭ ହେଲା ନ୍ୟୁଜ ପେପର ଅନ ହ୍ଵିଲସ୍‌। କ୍ରୁଟ ଏମଡି ଅରୁଣ ବୋଥ୍ରା ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋ ବସରେ ଏସି ବସ୍‌ରେ ଇଂରାଜୀ ପେପର ପଢ଼ିବାର ସୁଯୋଗ ମିଳୁଛି । ପରେ ସମସ୍ତ ବସ୍‌ରେ ଏହି ସୁବିଧା ମିଳିବ। ଆଗକୁ ଓଡ଼ିଆ ଖବରକାଗଜ ଓ ବିଭିନ୍ନ ପ୍ରକାର ମ୍ୟାଗାଜିନ ମିଳିବ । ମୋ ବସକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।

ଯାତ୍ରାକୁ ସୁଗମ କରିବା ପାଇଁ ନୂଆ ସୁବିଧା ଆରମ୍ଭ ହୋଇଯାଇଛି ବସ ଯାତ୍ରା କରୁଥିବା ସମୟରେ ଆପଣ ବୋର ହେଉଥିଲେ ଖବରକାଗଜ ପଢିପାରିବେ ଏଥିପାଇଁ ଆପଣଙ୍କୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ | ପ୍ରଥମ ପର୍ଯ୍ୟାୟରେ ୪୪ଟି ଏସି ବସରେ ଏହି ସେବା ଆରମ୍ଭ କରାଯାଇଥିବାବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ସବୁ ବସରେ ଏହି ସେବା ପ୍ରଚଳନ କରାଯିବ |

ନଭେମ୍ବର ୬ ତାରିଖରେ ‘ମୋ ବସ୍‌’ସେବାର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏହି ମୋ ବସ ସେବାରେ ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କ୍ଲୋଜ ସର୍କିଟ କ୍ୟାମେରା ବ୍ୟବସ୍ଥା କରାଯାଇଛି।