ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସରକାରୀ ବ୍ୟାଙ୍କ ଉପରେ ଭାରି ଜରିମାନା ଲଗାଇଛି। ଯଦି ଆପଣ ବି ସିବିଆଇ ମାନେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଆଣିଛି ଜରୁରୀ ଖବର। ଆରବିଆଇ ଗ୍ରାହକଙ୍କ ହିତ ପାଇଁ ସୁରକ୍ଷା ସହିତ ଜଡ଼ିତ ସମସ୍ତ ନିୟମରେ ଜରୁରୀ ଅପଡେଟ କରିଛି।
ଏହି ନିୟମର ଉଲଘଂନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। ଆରବିଆଇ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଉପରେ ୩୬ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।
ସେଫ୍ଟି ଦୃଷ୍ଟିରୁ ବ୍ୟାଙ୍କ କଥା ପ୍ରଥମେ ଧ୍ୟାନକୁ ଆସେ। ତେଣୁ ଆଜିକାଲି ସମସ୍ତେ ନିଜର ମୂଲ୍ୟବାନ ଅଳଙ୍କାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ବ୍ୟାଙ୍କ ଲକରରେ ରଖୁଛନ୍ତି। । ଯଦି ଆପଣ ବ୍ୟାଙ୍କରେ ଏକ ଲକର ନେବାକୁ ଚିନ୍ତା କରୁଛନ୍ତି କିମ୍ବା ଆପଣଙ୍କ ପାଖରେ ପୂର୍ବରୁ ଏକ ଲକର ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ..
ଗ୍ରାହକଙ୍କ ସପକ୍ଷରେ ରିଜର୍ଭ ବ୍ୟାଙ୍କ ଅନେକ ବଡ଼ ପରିବର୍ତ୍ତନ କରିଛି, ଯାହା ଚଳିତ ବର୍ଷ ଜାନୁୟାରୀ ୧ରୁ କାର୍ଯ୍ୟକାରୀ ହୋଇଛି।ସେଣ୍ଟ୍ରାଲ ରିଜର୍ଭ ବ୍ୟାଙ୍କ ଲକର ନିୟମରେ ବଡ଼ ପରିବର୍ତ୍ତନ କରିଛି। ତେବେ ଆସନ୍ତୁ ଜାଣିବା ନୂଆ ଲକର ନିୟମ ବିଷୟରେ.
ନିକଟ ଅତୀତରେ, ଲକରରୁ ଜିନିଷ ଚୋରି ହେବାର ଅନେକ ଘଟଣା ଘଟିଛି। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ରିଜର୍ଭ ବ୍ୟାଙ୍କ ନୂଆ ନିୟମ ପ୍ରସ୍ତୁତ କରିଛି। ନୂଆ ନିୟମ ଅନୁଯାୟୀ, ଯଦି ଜଣେ ଗ୍ରାହକଙ୍କ ଲକରରୁ ଚୋରି ହେବାର ଘଟଣା ଘଟେ, ତେବେ ଏପରି ପରିସ୍ଥିତିରେ ବ୍ୟାଙ୍କ ଚୋରି ସାମଗ୍ରୀ ପାଇଁ ଜରିମନା ଦେବ। ଏହି ପେନାଲ୍ଟି ଗ୍ରାହକଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଲକର ଭଡାର ୧୦୦ ଗୁଣ ପର୍ଯ୍ୟନ୍ତ ହେବ। ଏହା ସହିତ ଚୋରି ମାମଲାରେ ବ୍ୟାଙ୍କଗୁଡିକ ସେମାନଙ୍କର ଦାୟିତ୍ବକୁ ଛଡ଼ାଇ ପାରିବେ ନାହିଁ।
ଆରବିଆଇ ଏକ ନିର୍ଦ୍ଦେଶ ମଧ୍ୟ ଦେଇଛି ଯେ ଯେତେବେଳେ ବି ଗ୍ରାହକମାନେ ବ୍ୟାଙ୍କ ଲକର ଖୋଲନ୍ତି ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବର ଓ ଇମେଲ୍ ଆଇଡିରେ ଏକ ମେସେଜ ଆସିବ। ଏହା ମାଧ୍ୟମରେ ଜାଲିଆତି ଘଟଣାକୁ ରୋକିବାରେ ସାହାଯ୍ୟ କରିବ।
ଆରବିଆଇର ନୂଆ ଲକର ନିୟମ ଅନୁଯାୟୀ ବ୍ୟାଙ୍କ ନିଜ ଲକର ରୁମରେ ସିସିଟିଭି କ୍ୟାମେରା ଲଗାଇବାକୁ ପଡ଼ିବ। ଏହା ସହିତ ଲକର ରୁମର ୧୮୦ ଦିନର ତଥ୍ୟର ବ୍ୟାକଅପ୍ ରଖିବା ବ୍ୟାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହା କରିବା ଦ୍ବାରା କୌଣସି ପ୍ରକାରର ଠକେଇ ଘଟଣାରେ ପୋଲିସର ତଦନ୍ତରେ ସହାୟକ ହେବ।
ଏହା ସହିତ କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ବର୍ତ୍ତମାନ ଗ୍ରାହକଙ୍କୁ ଲକର ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ଦେବେ। ବ୍ୟାଙ୍କଗୁଡିକ ସେମାନଙ୍କ ସହିତ ପଡ଼ିଥିବା ଖାଲି ଲକରଗୁଡ଼ିକ ବିଷୟରେ ସୂଚନା ସାର୍ବଜନୀନ କରିବାକୁ ପଡ଼ିବ।