ଆବାସିକ ସ୍କୁଲ କମ୍ପୁଟର ରୁମରୁ ରକ୍ତାକ ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରୀ ଉଦ୍ଧାର ,କଣ ହେଲା ଅବସ୍ତା

ମାଲକାନାଗିରି : ଆବାସିକ ସ୍କୁଲରେ ରହି ପାଠ ପଢୁଥିଲେ । କମ୍ପୁଟର ରୁମକୁ ଯାଇଥିଲେ କ୍ଲାସ କରି । ହେଲେ ଉଦ୍ଦାର ହେଲେ ରକ୍ତାକ୍ତ ଅବସ୍ତାରେ । ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ନିଆଗଲା । ହେଲେ ବଞ୍ଚାଇ ପାରିଲେନି ଡାକ୍ତର । ତେବେ ଛାତ୍ରୀଙ୍କ ଏପରି ସନଦେହ ଜନକ ମୃତ୍ୟୁ ହୋଇଛି ମାଲକାନାଗିରିରେ ।  କମ୍ପୁଟର ରୁମରେ ଛାତ୍ରୀ ଜଣଙ୍କ ହାତ କାଟିଥିବା କୁହାଯାଉଛି । କମ୍ପୁଟର କ୍ଲାସରୁ ଏକ ବ୍ଲେଡ ମଧ୍ୟ ମିଳିଛି । ଛାତ୍ରୀ ଜଣଙ୍କ ନାଁ ବନ୍ଦନା ସରକାର। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ତାଙ୍କୁ ହଷ୍ଟେଲ୍‌ର କମ୍ପ୍ୟୁଟର୍‌ ରୁମ୍‌ରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହାତ କଟା ଯାଇଥିବା ଯୋଗୁ  ପ୍ରବଳ ରକ୍ତସ୍ରାବରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। କମ୍ପ୍ୟୁଟର୍‌ ରୁମ୍‌ରୁ ଏକ ବ୍ଲେଡ ମିଳିଥିବା ଜଣାପଡ଼ିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।