ଆଫ୍ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ଇତିମଧ୍ୟରେ ଟିକ୍ ଟକ୍ ଆପ୍ ଓ ପବ୍ଜି (ପିପୁଲ୍ସ ଅନ୍ନୋନ୍ ବ୍ୟାଟେଲ ଗ୍ରାଉଣ୍ଡସ) ଅନ୍ଲାଇନ ଗେମକୁ ବାତିଲ ଘୋଷଣା କରିଛନ୍ତି । ଟିକ୍ ଟକ୍ ଓ ପବ୍ଜି କବଳରେ ପଡି ଆଫ୍ଗାନିସ୍ତାନର ଯୁବ ପିଢି ବିପଥଗାମୀ ହେଉଥିବାରୁ ସେଗୁଡିକୁ ବାତିଲ କରାଯାଇଥିବା କୁହାଯାଇଛି ।
୨୦୨୧ ଅଗଷ୍ଟରେ କ୍ଷମତା ଅକ୍ତିଆର କରିବା ପରଠାରୁ ତାଲିବାନ ଶାସକ ଦେଶରେ ଚଳଚ୍ଚିତ୍ର, ସଙ୍ଗୀତ ଓ ଟେଲିଭିଜନ ସୋ’ ଉପରେ କଡା କଟକଣା ଲାଗୁ କରିସାରିଛନ୍ତି ।
କୌଣସି ଟିଭି ଚ୍ୟାନେଲରେ ଆପତ୍ତିଜନକ ଦୃଶ୍ୟ ପ୍ରସାରଣ କରାଯିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଛି । ନିକଟରେ କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ ତାଲିବାନ ଶାସକଙ୍କ ଏକାଧିକ କଟକଣା ଯୋଗୁଁ ୯୪ ପ୍ରତିଶତ ଆଫ୍ଗାନ ନାଗରିକଙ୍କ ଜୀବନ ନର୍କ ପାଲଟିଛି । କେବଳ ବଞ୍ଚିରହିଥିବାବେଳେ ଆଫ୍ଗାନବାସୀ କୌଣସି ପ୍ରକାର ଆମୋଦ ପ୍ରମୋଦ କିମ୍ବା ବ୍ୟକ୍ତିଗତ ସ୍ୱାଧୀନତା ଉପଭୋଗ କରିପାରୁନଥିବା କୁହାଯାଇଛି ।