ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର୍‌ଷ୍ଟ୍ରାଇକ୍: ୩୦ ମୃତ

ଗୋଟିଏ ପଟେ ଋଷ-ୟୁକ୍ରେନ୍ ଯୁଦ୍ଧ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏପଟେ ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି। ଏପ୍ରିଲ ୧୫ ତାରିଖ ରାତିରେ ପାକିସ୍ତାନ ଆଫଗାନିସ୍ତାନର ଖୋଷ୍ଟ ଅଞ୍ଚଳରେ ଏୟାର୍ ଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି। ଆଫଗାନିସ୍ତାନର ସ୍ଥାନୀୟ ପ୍ରଶାସନ ପାକିସ୍ତାନର ଏୟାର୍‌ଷ୍ଟ୍ରାଇକ୍‌ ନେଇ ସୂଚନା ଦେଇଛି।

ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସହିତ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ଖୋଷ୍ଟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।