ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର। ଆକାଶରୁ ଯେପରି ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ ପୋଡ଼ି ଯାଉଛି । ଆଉ ଏପରି ଅବସ୍ଥାରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ। କ୍ରମାଗତ ଭାବେ ରାଜଧାନୀରେ ବଢୁଥିବା ତାତି ଅସ୍ତବ୍ୟସ୍ତ କରିପକାଉଛି। ଆଜି ଭୁବନେଶ୍ୱରରେ ୪୩.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଏହା ହେଉଛି ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା। ୨୦୧୧ ପରଠାରୁ ଅପ୍ରେଲ୍ ମାସରେ ତୃତୀୟ ସର୍ବାଧିକ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଅସହ୍ୟ ଗରମ ସାଙ୍ଗକୁ ଝାଞ୍ଜି ପବନରେ କଲବଲ ରାଜଧାନୀବାସୀ କଲବଲ ହେଉଥିବା ବେଳେ କ୍ରମାଗତ ଭାବେ ଆଜି ତୃତୀୟ ଦିନରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।ରାଜଧାନୀର ତାପମାତ୍ରା ୪୩.୩ ଡିଗ୍ରୀ ଛୁଇଁବା ସହିତ ସବୁ ରେକର୍ଡ ଭାଙ୍ଗି ଦେଇଛି।ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ୨୦୧୧ ପରଠାରୁ ଏପ୍ରିଲ ମାସରେ ଆଜି ତୃତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ୨୦୧୬ ଏପ୍ରିଲ ୧୧ରେ ଭୁବନେଶ୍ୱରରେ ତାପମାତ୍ରା ୪୫.୮ ଡିଗ୍ରି ରେକର୍ଡ ହୋଇଥିଲା। ୨୦୧୯ ଏପ୍ରିଲ ୧୬ରେ ଏଠାକାର ତାପମାତ୍ରା ୪୩.୭ ଡିଗ୍ରି ଥିଲା। ଏହା ପୂର୍ବରୁ ଭୁବନେଶ୍ୱରରେ ଗତକାଲି ତାପମାତ୍ରା ୪୧.୭ ଡିଗ୍ରି ରେକର୍ଡ କରାଯାଇଥିଲା। ଶୁକ୍ରବାର ମଧ୍ୟ ଏଠାରେ ୪୦.୮ ଡିଗ୍ରି ରେକର୍ଡ କରାଯାଇଥିଲା। ସେହିପରି ଭୁବନେଶ୍ୱରରେ ଗତ ୧୮ ତାରିଖରେ ୪୦.୨ ଡିଗ୍ରି ରେକର୍ଡ କରାଯାଇଥିଲା।
ଅନ୍ୟପଟେ ଆଜି ରାଜ୍ୟରେ ସୋନପୁର ସବୁଠୁ ଉତପ୍ତ ସହର ପାଲଟିଛି। ୪୩.୮ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ରହିଥିବା ବେଳେ ୪୩.୩ ଡ଼ିଗ୍ରୀ ସହ ଭୁବନେଶ୍ୱର ଦ୍ୱିତୀୟରେ ରହିଛି। ଏଥି ସହ ୮ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୨୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଅନ୍ୟପଟେ ଆଜି ପୁଣି ୪୧ ଡ଼ିଗ୍ରୀ ଅତିକ୍ରମ କରିଛି ଟ୍ୱିନ-ସିଟି କଟକ-ଭୁବନେଶ୍ୱର ତାପମାତ୍ରା। କଟକରେ ୪୧.୧ ଡ଼ିଗ୍ରୀ ଏବଂ ଭୁବନେଶ୍ୱର ରେ ୪୩.୩ ଡ଼ିଗ୍ରୀ ରେକର୍ଡ ହୋଇଛି।
ଅନ୍ୟପଟେ ଆଜି ରାଜ୍ୟରେ ସୋନପୁର ସବୁଠୁ ଉତପ୍ତ ସହର ପାଲଟିଛି। ୪୩.୮ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ରହିଥିବା ବେଳେ ୪୩.୩ ଡ଼ିଗ୍ରୀ ସହ ଭୁବନେଶ୍ୱର ଦ୍ୱିତୀୟରେ ରହିଛି। ଏଥି ସହ ୮ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୨୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଅନ୍ୟପଟେ ଆଜି ପୁଣି ୪୧ ଡ଼ିଗ୍ରୀ ଅତିକ୍ରମ କରିଛି ଟ୍ୱିନ-ସିଟି କଟକ-ଭୁବନେଶ୍ବର ତାପମାତ୍ରା। କଟକରେ ୪୧.୧ ଡ଼ିଗ୍ରୀ ଏବଂ ଭୁବନେଶ୍ୱର ରେ ୪୩.୩ ଡ଼ିଗ୍ରୀ ରେକର୍ଡ ହୋଇଛି।