ଆଜି କଂଗ୍ରେସରେ ମିଶିବେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ଆଜି କଂଗ୍ରେସରେ ମିଶିବେ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ। ଏନେଇ ସେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗଦେବେ। ଅହମଦାବାଦରେ କଂଗ୍ରେସର ୱାର୍କିଂ କମିଟି ବୈଠକ ହେଉଥିବା ବେଳେ ହାର୍ଦ୍ଦିକଙ୍କ କଂଗ୍ରେସରେ ଯୋଗଦାନର ଅନେକ ଗୁରୁତ୍ୱ ରଖୁଛି। ହାର୍ଦ୍ଦିକ ଗୁଜରାଟର ଜାମନଗର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଏପ୍ରିଲ ୨୩ରେ ଗୁଜରାଟର ୨୬ଟି ଲୋକସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ।