ଆଉ ୧୬ ପଜିଟିଭ୍ କରୋନା ପଜିଟିଭ୍‌; ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଲା

ଭୁବନେଶ୍ୱର: କରୋନାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏବେ ଭୁବନେଶ୍ୱରରୁ ୧୬ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ କେବଳ  ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ତେବେ ଏହି ୧୬ଜଣଙ୍କ ମଧ୍ୟରୁ ୧୫ ଜଣ ବମିଖାଲର ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ଫଳରେ ବମିଖାଲ ଅଞ୍ଚଳରୁ ସମୁଦାୟ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।