ଲୋକଙ୍କ ମାଡ଼ରେ ଲହୁଲୁହାଣ ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରଶାନ୍ତ ଏକ ଘରୋଇରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୋକଙ୍କ ମାଡ଼ରେ ପ୍ରଶାସନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ସୂଚନାଯୋଗ୍ୟ ଯେ, ବାଣପୁର ବ୍ଲକ ନିକଟରେ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।।
ବ୍ଲକ ଚେୟାରମ୍ୟାନ୍ ନିର୍ବାଚନ ଚାଲିବା ସମୟରେ ଲୋକଙ୍କ ଗହଳି ଉପରେ କାର ଚଢ଼ାଇ ଦେଇଥିଲେ। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୬ ଜଣ ଗୁରୁତର ହୋଇଥିଲେ।ଫଳରେ ଉପସ୍ଥିିତଥିବା ଜନତା ଆକ୍ରୋଶର ଶୀକାର ହୋଇଥିଲେ ବିଧାୟକ। ତାଙ୍କୁ ଗାଡ଼ିରୁ ଟାଣି ଆଣି ପ୍ରବଳ ମାଡ଼ ମାରି ଲୁହୁଲୁହାଣ କରିଥିଲେ ସାଧାରଣ ଜନତା। ଏଥି ସହିତ ବିଧାୟକଙ୍କ ଗାଡ଼ିକୁ ଭଙ୍ଗା ରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ। କିଛି ସମୟ ଧରି ବ୍ଲକ କାର୍ଯ୍ୟଳୟ ନିକଟରେ ରଣକ୍ଷେତ୍ର ପାଲଟିଥିବା ଦେଖିବାକୁ ମିଳିଥିଲା। ଉତ୍ତେଜନାକୁ ନେଇ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।