ଶନିବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ମ୍ୟାଚ୍ । ଚଳିତ ଆଇପିଏଲ୍ ସଂସ୍କରଣର ଲିଗ୍ ମ୍ୟାଚ୍ କେବଳ ମୁମ୍ବାଇ ଓ ପୁନେରେ ଖେଳାଯିବ । ମୋଟ ୭୦ଟି ଲିଗ୍ ମ୍ୟାଚରୁ ୨୦ଟି ମ୍ୟାଚ୍ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ୧୫ଟି ମ୍ୟାଚ୍ ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯିବ । ନଭି ମୁମ୍ବାଇ, ବିନସ ଡି ୱାଇ ପାଟିଲ୍ ଷ୍ଟାଡିୟମ୍ ଓ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଅନ୍ୟ ମ୍ୟାଚ୍ ଖେଳାଯିବ ।
ତେବେ ଆଇପିଏଲ୍ ଆରମ୍ଭ ପୂର୍ବରୁ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଦେଖା ଦେଇଛି । ଏନେଇ ମୁମ୍ବାଇ ପୋଲିସ ଆଇପିଏଲ୍ ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଆଲର୍ଟ ଜାରି କରିଛି । ନିକଟରେ ଗିରଫ ହୋଇଥିବା ଆତତଙ୍କବାଦୀଙ୍କୁ ଏଟିଏସ୍ ପଚରାଉଚରା କରିବା ବେଳେ ଆଇପିଏଲ୍ ମ୍ୟାଚ୍ ବେଳେ ଆକ୍ରମଣ ଯୋଜନା କରିଥିବା ଆତଙ୍କବାଦୀମାନେ ମାନିଛନ୍ତି ।
ଏପରିକି ଆତଙ୍କବାଦୀ ମାନେ ଆକ୍ରମଣ ପାଇଁ ୱାଙ୍ଖେଡେ ଷ୍ଟାଡିୟମ୍, ଟ୍ରାଇଡେଣ୍ଟ ହୋଟେଲ ସହ ଆଖପାଖ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି । ଆଇପିଏଲ୍ ମ୍ୟାଚକୁ ନଜରରେ ରଖି ଷ୍ଟାଡିୟମ୍, ଖେଳାଳି ରହୁଥିବା ହୋଟେଲ୍ ଆଦି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମାର୍ଚ୍ଚ ୨୬ରୁ ମେ ୨୨ ପର୍ଯ୍ୟନ୍ତ କ୍ୱିକ୍ ରେସପନ୍ସ ଟିମ୍, ବୋମା ନିଷ୍କ୍ରିୟକାରୀ ଦଳ ସହ ରାଜ୍ୟ ରିଜର୍ଭ ପୋଲିସ ବଳ ମୁତୟନ କରାଯାଇଛି ।
ଏପରିକି ଖେଳାଳିଙ୍କୁ ବସରେ ଭେନ୍ୟୁ ଯାଏ ଆଣିବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏସ୍କର୍ଟ ବ୍ୟବସ୍ଥା କରାଯାଇଛି । ହୋଟେଲରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଅମ୍ପାୟର୍ସ ଓ ମ୍ୟାଚ୍ ଅଧିକାରୀଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି ।
ସେପଟେ ଏହାକୁ ମୁମ୍ବାଇ ପୋଲିସ କମିଶନର ସଂଜୟ ପାଣ୍ଡେ ଖାରଜ କରିଛନ୍ତି । ଏହା ଏକ ଗୁଜବ , ମୁମ୍ବାଇ ପୋଲିସ ପାଖରେ ସେମିତି କିଛି ଗୁଇନ୍ଦା ରିପୋର୍ଟ ଆସିନାହିଁ ବୋଲି ସେ କହିଛନ୍ତି । ତଥାପି ଆଇପିଏଲକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।