ଅସଲି କୋରୋନା ଯୋଦ୍ଧା. ଡାକ୍ତର ସୁନୀଲ ଆଚାର୍ଯ୍ୟଙ୍କୁ ପ୍ରଶଂସାର ସୁଅ

ବରଗଡ଼ : ବରଗଡ଼ ଜିଲ୍ଲା ରେ COVID -19 ର ମୁକାବିଲା ପାଇଁ ବିବେଚିତ ହୋଇଥିବା ୫ ଟି ନର୍ସିଂହୋମ ରୁ ନବଜୀବନ ଚିକିତ୍ସାଲୟ, ଭଟଲି ହେଉଛି ଅନ୍ୟତମ ।
ଭାରତରେ ପ୍ରଥମ ଲକଡାଉନ- ୧.୦ ଚାଲିଥିବା ସମୟରୁ ବରଗଡ଼ ଜିଲ୍ଲାପାଲ ଙ୍କ ପତ୍ରସଂଖ୍ୟା : (୪୧୫୩ ତା:୨୦/୦୪/୨୦)
ତଥା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଭିଭାଗ ଓଡିଶା ସରକାରଙ୍କ ପତ୍ର ସଂଖ୍ୟା: ୯୫୭୦/H/୦୩/୦୪/୨୦୨୦ ଏବଂ ନିର୍ଦେଶକ ସ୍ୱାସ୍ଥ୍ୟ ବିଭାଗ ଓଡିଶା ସରକାର ଙ୍କ ପତ୍ର ସଂଖ୍ୟା: ୮୭୮୧/HA- MISC- ୦୧/୨୦୨୦ ଭୁବନେଶ୍ୱର ତା ୦୯/୦୪/୨୦ କୁ ଅନୁସରଣ କରି ଦେଇଥିବା ନିର୍ଦ୍ଦେଶ ଅନୁସାରେ (ଥଣ୍ଡା, ଶୁଖିଲା କାଶ, ଜ୍ୱର, ଶରୀର ବ୍ୟଥା, ନିଶ୍ୱାଶ/ ପ୍ରଶ୍ଵାସ ନେବାରେ ବ୍ୟଥା, ଛାତି ଯନ୍ତ୍ରଣା ପରି ) COVID-19 ର ଲକ୍ଷଣ ଥିବା ରୋଗୀ ମାନଙ୍କୁ ନିରନ୍ତର ଭାବେ ସେବା ଯୋଗାଇ ଆସୁଥିଲେ ।  ଏହି ପରିକ୍ରମ ରେ ସୁଲସୁଳିଆ ଗ୍ରାମର ଜଣେ ବୃଦ୍ଧଙ୍କ ଠାରେ ଏପରି ଲକ୍ଷଣ ଦେଖା ଯାଇଥିବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଙ୍କ କାର୍ଯ୍ୟାଳୟ କୁ ଅବଗତ କରାଇଥିଲେ ।
ଡାକ୍ତର ସୁନୀଲ ଆଚାର୍ଯ୍ୟ ଙ୍କ ରିପୋର୍ଟ ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ସୁଲୁସୁଳିଆ ଗ୍ରାମର ର ସେହି ବୃଦ୍ଧ ଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ନିଆ ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ପୋଜିଟିଭ ଥିବା ଜଣା ପଡିଥିଲା ।
ବରଗଡ଼ ଜିଲ୍ଲାରେ ବହୁସଂଖ୍ୟା ରେ ଥିବା ସରକାରୀ ଡାକ୍ତରଖାନାରେ ବି ଆଜି ଯାଏଁ ଗୋଟିଏ ହେଲେ କୋରୋନା ରୋଗୀ ଚିହ୍ନଟ ହୋଇନଥିବା ବେଳେ ଭଟଲି ର ଗୋଟିଏ ଛୋଟିଆ ନରସିଂହ ହୋମ ଚିହ୍ନଟ କରି ଏହି ଅଂଚଳରେ କୋରୋନା ଭଳି ଭୟାବହ ଭୁତାଣୁ ବ୍ୟାପିବାରୁ ବଞ୍ଚାଇପାରିଛି । ଏବେ ସାମାଜିକ ଗଣମାଧ୍ୟମ ରେ ଡାକ୍ତର ସୁନୀଲ ଆଚାର୍ଯ୍ୟଙ୍କୁ ଅନେକ ସ୍ଥାନରୁ ପ୍ରଶଂସା ର ସୁଅ ଛୁଟୁଛି ।