ଅର୍ପିତ ହୋଟେଲରେ ଅଗ୍ନିକାଣ୍ଡ: ୧୭ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର କରୋଲବାଗ ଅଂଚଳରେ ଥିବା ଅର୍ପିତ ହୋଟେଲରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଶିଶୁ ଥିବା ମଧ୍ୟ ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡ ଭୋର ୪.୩୦ ମିନିଟ୍ରେ ହୋଇଥିବା ସୂଚନା ମିଳିଛି । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ନିଆଁକୁ ଆୟତ କରିବା ପାଇଁ ଦମକଳ ବାହିନୀକୁ ପ୍ରାୟ ୩ ଘଂଟା ସମୟ ଲାଗିଥିଲା । ଦମକଳ ବିଭାଗର କହିବା ଅନୁଯାୟୀ, ୫ ମହଲା ବିଶିଷ୍ଟ ଏହି ହୋଟେଲରେ ନିଆଁ ଲାଗିଥିବା ଖବର ପାଇ ୨୬ଟି ଦମକଳ ଘଟଣାସ୍ଥଳରେ ପହଂଚିଥିଲା । ପ୍ରାୟ ୩୫ ଜଣ ଲୋକଙ୍କୁ ହୋଟେଲରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କେଉଁ କାରଣରୁ ହୋଟେଲରେ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇ ନାହିଁ । ମାତ୍ର ଶର୍ଟ ସର୍କଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।