ଅର୍ଥ ମନ୍ତ୍ରାଳୟର ୧୫ ଅଫିସରଙ୍କୁ ବିଦା କଲେ ମୋଦି

ନୂଆଦିଲ୍ଲୀ:  ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ସରକାରୀ ବିଭଗରେ ସୁଚାରୁ ରୂପେ କାମ କରୁନଥିବା ଅଧିକାରୀଙ୍କୁ ପଦବୀରୁ ବାହାର କରିବା ଲଗାତର ଜାରୀ ରହିଛି । ଏହି ମଧ୍ୟରେ କେନ୍ଦ୍ର ସରକାର ସେଂଟ୍ରାଲ ଇନଡାରେକ୍ଟ ଟ୍ୟାକ୍ସ ଆଣ୍ଡ୍ କଷ୍ଟମ୍...

ନୂଆଦିଲ୍ଲୀ:  ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ସରକାରୀ ବିଭଗରେ ସୁଚାରୁ ରୂପେ କାମ କରୁନଥିବା ଅଧିକାରୀଙ୍କୁ ପଦବୀରୁ ବାହାର କରିବା ଲଗାତର ଜାରୀ ରହିଛି । ଏହି ମଧ୍ୟରେ କେନ୍ଦ୍ର ସରକାର ସେଂଟ୍ରାଲ ଇନଡାରେକ୍ଟ ଟ୍ୟାକ୍ସ ଆଣ୍ଡ୍ କଷ୍ଟମ୍ ବୋର୍ଡର ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ ଜବରଦସ୍ତ ଅବସର ଦେଇଛନ୍ତି । ଏହି ସବୁ ଅଧିକାରୀମାନେ କାର୍ଯ୍ୟରତ ଥିବା ସମୟରେ ନିୟମବଳୀର ବୀପରିତ କାମ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଫଳରେ ସରକାରୀ ଯାଂଚ୍ ପରେ ସେମାନଙ୍କୁ ଅବସର ଦିଆଯାଇଛି । 

ସୂଚନାଯୋଗ୍ୟ, ପଦମୁକ୍ତ କରାଯାଇଥିବା ଅଧିକାରୀଙ୍କ ମଧ୍ୟରେ ପ୍ରିନସପାଲ କମିଶନର ଡ ଅନୁପ ଶ୍ରୀବାସ୍ତବ, କମିଶନର ଅତୁଳ ଦୀକ୍ଷିତ, କମିଶନର ସଂସାର ଚନ୍ଦ, କମିଶନର ହର୍ଷ, କମିଶନର ବିନୟ ବ୍ରିଜ ସିଂହ, ଆଡିଶନାଲ କମିଶନର ଅଶୋକ ମହିଦା, ଆଡିଶନାଲ କମିଶନର ବୀରେନ୍ଦ୍ର ଅଗ୍ରୱାଲ, ଡେପ୍ୟୁଟି କମିଶନର ଅମରେଶ ଜୈନ, ଜଏଂଟ କମିଶନର ନଳିନ କୁମାର, ଆସିଷ୍ଟାଂଟ କମିଶନର ବିନୋଦ ସାଙ୍ଗା, ଆଡିଶନାଲ କମିଶନର ରାଜୁ ସେକର ଡେପ୍ୟୁଟି କମିଶନର ଅଶୋକ କୁମାର ଅସବଲ ଏବଂ ଆସିଷ୍ଟାଂଟ କମିଶନର ମହମ୍ମଦ ଅଲତାଫ ସାମିଲ ଅଛନ୍ତି । 

ଅର୍ଥ ମନ୍ତ୍ରାଳୟ ନିୟମ ୫୬ ଆଧାରରେ ଏଭଳି କରିଛି । ଏହା ପୂର୍ବରୁ ଜୁନ୍ ୧୦ରେ ମଧ୍ୟ ଅର୍ଥ ମନ୍ତ୍ରାଳୟ ଆୟକର ବିଭାଗର ୧୨ଜଣ ଅଧିକାରୀଙ୍କ ଇସ୍ତଫା ପତ୍ର ମାଗିଥିଲା । ଏହିଭଳି ଭାବରେ ଏପର୍ଯ୍ୟନ୍ତ ସମୁଦାୟ ୨୭ ଅଫିସରଙ୍କୁ ଜବରଦସ୍ତ ପଦମୁକ୍ତ କରାଯାଇଛି ।  

Spread the love
Categories
ଦେଶ-ବିଦେଶ

RELATED BY

  • ଜେଏନୟୁ ଛାତ୍ରଙ୍କ ବିରୋଧରେ ଏଫଆଇଆର

    ନୂଆଦିଲ୍ଲୀ:ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଫ’ ବୃଦ୍ଧିକୁ ନେଇ ଛାତ୍ରଙ୍କ ବିରୋଧ-ପ୍ରଦର୍ଶନ ଏବଂ ତାଙ୍କ ଉପରେ ପୁଲିସ କାର‌୍ୟ୍ୟାନୁଷ୍ଠାନକୁ ନେଇ ଲୋକସଭାରେ ଉଠିଥିବା ଚର୍ଚ୍ଚା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସ ସୋମବାର ଦିନ ପ୍ରଦର୍ଶନ...
  • ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏନେଇ ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି । ଠିକ ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା...
  • ହସ୍ପିଟାଲରୁ ଫେରିଲେ ନୁସରତ

    କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁଙ୍କୁ ରବିବାର-ନଭେମ୍ବର ୧୭)ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ନୁସରତଙ୍କୁ ଗତକାଲି (ସୋମବାର) ହସ୍‌ପିଟାଲରୁ ଛୁଟି ମିଳି ଯାଇଛି। ହସ୍‌ପିଟାଲ୍‌ରୁ ଛୁଟି ମିଳି ଯାଇଥିଲେ ହେଁ...
  • ସୀମାରୁ ୨ ଭାରତୀୟ ନାଗରିକ ଗିରଫ

    ନୂଆଦିଲ୍ଲୀ:ଭାରତଠୁ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରତିଦିନ କିଛି ନା କିଛି ନୂଆ ଷଡଯନ୍ତ୍ର ରଚୁଛି । ଗତକାଲି ପାକିସ୍ତାନ ଚ୍ୟାନେଲରେ ଦୁଇଜଣ ଭାରତୀୟଙ୍କ ଗିରଫଦାରି ଖବର ଦେଖାଯାଇଥିଲା । ଏହି ଦୁଇଜଣ ବିନା ପାସପୋର୍ଟରେ ପାକିସ୍ତାନରେ ଅନୁପ୍ରବେଶ କରୁଥିଲେ ବୋଲି...