ଗ୍ୟାଙ୍ଗ୍ଟକ: ଭାରତୀୟ ଜନତା ପାର୍ଟି(ବିଜେପି) ଅରୁଣାଚଳ ପ୍ରଦେଶ ଓ ସିକିମର ସମୁଦାୟ ୧୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ୧୮ ଜଣଙ୍କ ଭତରୁ ୧୨ ଜଣ ସିକିମର ହୋଇଥିବା ବେଳେ ବାକି ୬ ଜଣ ଅରୁଣାଚଳ ପ୍ରଦେଶର।
ସିକିମରୁ ବିଜେପି ପକ୍ଷରୁ ଲଢ଼ିବାକୁ ଥିବା ପ୍ରାର୍ଥୀମାନେ ହେଉଛନ୍ତି ଗ୍ୟାଲ୍ସିଂହ ନିର୍ବାଚନ ମଣ୍ଡଳୀରୁ ଭାନୁ ଭକ୍ତ ଶର୍ମା, ରିଞ୍ଚେନପୋଙ୍ଗ୍ରୁ ସାଞ୍ଚୋଲେପଚା, ଦାରାମଡିଙ୍ଗ୍ରୁ ଆର୍ଟି ଳେପ୍ଚା, ମେଲିରୁ ଭୋଲା ଚୌହ୍ଵାନ, ଖଙ୍ଗ୍ଡଙ୍ଗ-ସିଙ୍ଗ୍ଟମରୁ ଏସ୍ବି କାର୍କି, େଓ୍ଵଷ୍ଟ୍ ପେଣ୍ଡାମରୁ ବିରେନ୍ଦ୍ର ପୌଦୟାଲି, ରେହନକ୍ରୁ ଭରତ ଦୁଲାଲ, ଚୁଜାଚେନରୁ ମୋହନ ଗୌରାଙ୍ଗ, ନାମଚେବଙ୍ଗରୁ ମିସେସ୍ ଦେବୀ ଭସନେଟ, ମରତାମ-ରୁମତେକରୁ ଜିଗଦଲ୍ ଭୁଟିଆ, ଆରିତହାଙ୍ଗରୁ ଡିବି ଚୌହ୍ଵାନ, ଗ୍ୟାଙ୍ଗ୍ଟକ୍ରୁ ଓ୍ଵାଇଟି ଲେପଚା। ସେହିପର ଅରୁଣାଚଳ ପ୍ରଦେଶରୁ ବିଜେପି ପାଇଁ ଲଢ଼ିବାକୁ ଥିବା ପ୍ରାର୍ଥୀମାନେ ହେଲେ କଲାକଟାଙ୍ଗ୍ର ତେନ୍ଜିନ୍ ନୋରବୁ ତୋଙ୍ଗ୍ଡକ୍, ଇଟାନଗରରୁ କ୍ରିପା ବାବୁ, ଦୋଇମୁଖରୁ ତାନା ହଲି ତାରା, ନ୍ୟାପିନ୍ରୁ ବମାଙ୍ଗ ଫେଲିକ୍ସ, ତାଲିରୁ ଥାଜି ଗିଚାକ କିଓଗି ଏବଂ ମରିୟାଙ୍ଗ୍ ଗେକୁରୁ ଆନଙ୍ଗ ପ୍ରେମେ।