ଅନନ୍ତ ହେଲେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ

ଭୁବନେଶ୍ୱର: ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳରେ ମିଳିଲା ଗୁରୁ ଦାୟିତ୍ୱ । ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅନନ୍ତଙ୍କୁ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏହାସହ ପୂର୍ବତନ ମେୟରଙ୍କ ମନ ଖୁସି କରିବାକୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଅନନ୍ତଙ୍କୁ ବିଡିଏ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ ବିଜେଡି ସୁପ୍ରିମୋ । କିନ୍ତୁ ସେତେବେଳେ ଅନନ୍ତଙ୍କୁ ଏହି ପଦ ସନ୍ତୁଷ୍ଟ କରିପାରିନଥିଲା । ଏପରିକି ବିଡିଏ ଅଧ୍ୟକ୍ଷ ପଦର ଦାୟିତ୍ୱ ମଧ୍ୟ ନେଇ ନଥିଲେ ଅନନ୍ତ ।ବର୍ତ୍ତମାନ ସମୟରେ ବିଜୁ ଜନତା ଦଳ ଭିତରେ ଅର୍ନ୍ତଦ୍ୱନ୍ଦ ଲାଗିରହିଛି । ଆଉ ସେତିକିବେଳେ ଭୋଟରଙ୍କୁ ଲାଂଚ ଦେଇ ପ୍ରଭାବିତ କରିବା ପାଇଁ ଉଦ୍ୟମ କରୁଛି ବିଜୁ ଜନତା ଦଳ । ଗୋଟିଏ ପଞ୍ଚାୟତରେ ବିଜୁ ଜନତା ଦଳ ସର୍ବାଧିକ ଭୋଟ ପାଇଲେ ୩୫ ଲକ୍ଷ ଟଙ୍କା ଓ ବୁଥରେ ସର୍ବାଧିକ ଭୋଟ୍ ପାଇଲେ ୧୫ ଲକ୍ଷ ଟଙ୍କା ଦେବ ବୋଲି ଘୋଷଣା କରିଛନ୍ତି ପ୍ରତାପ ଜେନା । ଏହା ପୂରା ସାଲେପୁର ନିର୍ବାଚନ ମଣ୍ଡଳୀରେ ଲାଗୁ ହେବ ବୋଲି ମନ୍ତ୍ରୀ  କହିଛନ୍ତି । ଏହାବ୍ୟତୀତ ସଭାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୋବାଇଲ ଫୋନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମନ୍ତ୍ରୀ ପ୍ରତାପ ଜେନା ଭାଷଣ ଦେବା ସମୟରେ ମୋବାଇଲ ଓ କ୍ୟାମେରା ରେକର୍ଡିଂକୁ ବାରଣ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା । ସେହିଭଳି ପାରାଦ୍ୱୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦ ତରାଇଙ୍କ ନିଲମ୍ବନ ଆଦେଶକୁ ଦଳର ସଭାପତି ପ୍ରତ୍ୟାହାର କରିନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।